ବିଜେଡିରେ ସାମିଲ ହେଲେ ବିଜେପି ନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ବର : ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ। ସେ କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ପରିତ୍ୟାଗ କରିଥିଲେ। ଅପରାଜିତା ତାଙ୍କ ଟିକେଟ ଜାଣିଶୁଣି କାଟିଥିବା ସେ ଅଭିଯୋଗ କରିଥିଲେ। ଆଜି ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ […]

ବିଜେଡିରେ ସାମିଲ ହେଲେ ବିଜେପି ନେତା ଅଖିଳ ପଟ୍ଟନାୟକ
BJP leader Akhila Patnaik joined the BJd

ଭୁବନେଶ୍ବର : ବିଜେଡିରେ ସାମିଲ ହୋଇଛନ୍ତି ଅଭିନେତା ଅଖିଳ ପଟ୍ଟନାୟକ। ସେ କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ପରିତ୍ୟାଗ କରିଥିଲେ। ଅପରାଜିତା ତାଙ୍କ ଟିକେଟ ଜାଣିଶୁଣି କାଟିଥିବା ସେ ଅଭିଯୋଗ କରିଥିଲେ।

ଆଜି ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ଅଖିଳ ପଟ୍ଟନାୟକ କୋଭିଡ ସମୟରେ ପ୍ରବାସୀଙ୍କ ପାଇଁ କାମ କରିବା ସହ କର୍କଟ ରୋଗୀଙ୍କ ପାଇଁ କାମ କରିଥିଲେ। ତାଙ୍କ ପରିବାରର ଲମ୍ବା ରାଜନୈତିକ ଇତିହାସ ରହିଛି। ଜେଜେ ବାପା ତାପଙ୍ଗ ସରପଞ୍ଚ ଥିଲେ, ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ ସହ ଖୋର୍ଦ୍ଧା ସଂଗଠନ ମଜୁବତ କରିବାକୁ ସେ ବିଜେଡିରେ ସାମିଲ ହୋଇଛନ୍ତି।

ବିଜେଡିରେ ସାମିଲ ହେବାପରେ ଅଖିଳ ପଟ୍ଟନାୟକ କହିଛନ୍ତି, କଳାକାର ହୋଇ କାମ କରୁଥିଲି। ମୋ ପରିବାର ଗାଁରେ ସେବା କରୁଥିଲେ। ଅଭିନୟ ବାଛଲି ଲୋକ ଜାଣିବେ ବୋଲି। ଗାଁ କଥା ମନେ ପଡିଲା। ତେଣୁ ସେବା ପାଇଁ ବିଜେପିରେ ମିଶିଲେ। ହେଲେ କୋଣଠେସା ହେଲି। ବିଜୁ ବାବୁ ଚାହୁଁଥିଲେ ନିଜ ଗୋଡ଼ରେ ନିଜେ ଠିଆ ହୁଅ, ନବୀନ ପଟ୍ଟନାୟକ ସେହି ଆଦର୍ଶରେ କାମ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହି ରଥକୁ ମୁଁ ଆସିଛି ଟାଣିବାକୁ। ମୁଁ ବିରୋଧୀ ଦଳରେ ଥାଇ ଅନ୍ଧ ପିଟୁଳି ବାନ୍ଧି ଦେଇଥିଲୁ। ଆମକୁ ବିରୋଧ କରିବାକୁ କୁହାଯାଉଥିଲା। ହାତସ୍ଥାହିତ ହୋଇ ବୁଲୁଥିଲି, ନବୀନ ବାବୁଙ୍କ କୋଳ ପାଇଲି, ନାୟକ ମାନେ ବିଜେଡିରୁ ପରିଚୟ ପାଇଛନ୍ତି ତାକୁ ବାହାରେ ବିକନ୍ତି। ଯେଉଁମାନେ ଦଳ ଛାଡିଛନ୍ତି, ନବୀନଙ୍କ ସହ ଧୋକା କରିଛନ୍ତି। ମୁଁ ଧୋକା ଖାଇଛି, ମାନସ ମଙ୍ଗରାଜଙ୍କୁ କେବେ ଭୁଲିବିନି, ସେ ମତେ ଫୋନ କଲେ କହିଲେ,ତୋର ଲଢ଼ିବାର ଇଚ୍ଛାଶକ୍ତି ପାଇଁ ବିଜେଡିକୁ ଆସେ। ବିଜେଡି ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ମୁଁ ପ୍ରତିଶୃତି ଦେଉଛି, ବିଜେଡିରେ କାମ କରିବି।