ବିଜେଡିରେ ମିଶିଲେ କୋରେଇର ଯୁବ ବିଜେପି ନେତା ଆଲେକଜାଣ୍ଡାର ଦାସ ଓ ତାଙ୍କ ସମର୍ଥକ

ଭୁବନେଶ୍ବର : ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା ତଥା ଯାଜପୁର ଜିଲ୍ଲାର ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ଆଲେକ୍ସଜେଣ୍ଡର ଦାସ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି।  ସେ ଯୁବ ଓ ମହିଳା ସଶକ୍ତିକରଣରେ କୋରେଇ ପାଇଁ ବହୁ କାମ କରୁଛନ୍ତି। ତାଙ୍କର ବିଜେଡିରେ ଯୋଗଦାବ ଦଳକୁ କୋରେଇରେ […]

ବିଜେଡିରେ ମିଶିଲେ କୋରେଇର ଯୁବ ବିଜେପି ନେତା ଆଲେକଜାଣ୍ଡାର ଦାସ ଓ ତାଙ୍କ ସମର୍ଥକ
young BJP leader of korai alexzandar das and his supporters joined the BJD

ଭୁବନେଶ୍ବର : ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା ତଥା ଯାଜପୁର ଜିଲ୍ଲାର ପୂର୍ବତନ ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ଆଲେକ୍ସଜେଣ୍ଡର ଦାସ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି।  ସେ ଯୁବ ଓ ମହିଳା ସଶକ୍ତିକରଣରେ କୋରେଇ ପାଇଁ ବହୁ କାମ କରୁଛନ୍ତି। ତାଙ୍କର ବିଜେଡିରେ ଯୋଗଦାବ ଦଳକୁ କୋରେଇରେ ଆହୁରି ଶକ୍ତିଶାଳୀ କରିବା ସହ ୨୦୨୪ ନିର୍ବାଚନରେ ବିଜୟୀ କରାଇବ ବୋଲି ସସ୍ମିତ ପାତ୍ର କହିଛନ୍ତି।

ଆଲେକଜାଣ୍ଡାର ଦାସଙ୍କ ସହ କୋରେଇ ନିର୍ବାଚନ ମଣ୍ଡଳୀର ସୁଶାନ୍ତ ସାହୁ, ନିତ୍ୟାନନ୍ଦ ମହାଳିକ, ମନୋଜ ଦାସ, ଆଲୋକ କର, ଧନଞ୍ଜୟ ସାହୁଙ୍କ ସମେତ ଅନେକ ନେତା ଓ ଆଲେକଜାଣ୍ଡାର ଦାସଙ୍କ ଶତାଧିକ ସମର୍ଥକ ଆଜି ବିଜେଡିରେ ଯୋଗଦେଇଛନ୍ତି।

ତେବେ ବିଜେଡିରେ ଯୋଗଦେବା ପରେ ଆଲେକଜାଣ୍ଡାର ଦାସ କହିଛନ୍ତି, ମତେ ପାଠ ପଢ଼େଇଥିବା ସସ୍ମିତ ସାର ଯିଏ ମତେ XIMB ରେ ପଢ଼ାଇଥିଲେ। ମୋ ସୌଭାଗ୍ୟ ସେ ମତେ ବିଜେଡିରେ ସାମିଲ କରିଛନ୍ତି। କୋରେଇରୁ ମୋ ସହିତ ଆସିଥିବା ଶତାଧିକ ବିଜେପି କର୍ମୀ ଯିଏ ବିଜେଡିରେ ସାମିଲ ହେଲେ, ସମସ୍ତଙ୍କୁ ଧନ୍ୟବାଦ। ଦୀର୍ଘ ୧୨ ବର୍ଷରୁ ଅଧିକ ମୋ ବିଜେପିରେ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ସେ ସମୟରେ କୋରେଇରେ ବିଜେପି ଦଳୀୟ ପତାକା ଲଗାଇବାକୁ ଲୋକ ନଥିଲେ। ସେ ସମୟରେ ବିଜେପି ପାଇଁ ୩୫ ବର୍ଷ କାମ କରିଥିବା ଲୋକଙ୍କୁ ଦଳ ଅଣଦେଖା କଲା। ରାତାରାତି ବାହାର ଦଳରୁ ଲୋକ ଆଣି ଟିକେଟ ଦେଲା ବିଜେପି। ଶୃଙ୍ଖଳିତ କର୍ମୀ ଭାବେ କାମ କରିବା ସତ୍ୱେ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ମତେ ଜାଣିଶୁଣି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଲେ ଓ ହଇରାଣ କଲେ। ହେଲେ ମୁଁ ଶୃଙ୍ଖଳିତ କର୍ମୀ ଭାବେ କାମ କରି ଘର ଘର ବୁଲି ସଂଗଠନ କଲି। ହେଲେ ଜଣେ ଅଭିନେତାଙ୍କୁ ଆଣି ଟିକେଟ ଦେଲା ବିଜେପି। କୋରେଇ ବିଧାୟକ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ନାଁ କମାଇଲେ। ଯେତିକି ଅଭିନେତା ଭାବେ ନାଁ କରି ନଥିଲେ। ହେଲେ ନିଜ ସ୍ୱାର୍ଥ ପାଇଁ ବିଜେପି ଟିକେଟ ନେଲେ।

କୋରେଇରେ ବହୁତ ଭୋଟରେ ବିଜେଡି ଜିତିବ, ଏହା ସତ୍ୟ, ସନ୍ଧ୍ୟାରାଣୀ ଦାସ ଆମ ମାଆ। ତାଙ୍କୁ ବିଶାଳ ସମ୍ବର୍ଦ୍ଧନା ଦିଆଯାଉଛି। ମୋ ସମର୍ଥକ ଵି ବାଇକ ରାଲି କରି ମାଆଙ୍କୁ ସମ୍ବର୍ଦ୍ଧନା ଦେବେ। ସବୁ ଯୋଜନା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ମୁଁ ତାଙ୍କ ପାଇଁ ଗର୍ବିତ। ମୁଖ୍ୟମନ୍ତ୍ରୀଙ୍କ ବିପର୍ଯୟ ପରିଚାଳନା ଯୋଗୁଁ ଲୋକେ ବାତ୍ୟା ଭୁଲି ଗଲେଣି। ଜାଗା ମିଶନରେ ଲୋକଙ୍କୁ ଘର ଦେଲେ। ଯାଜପୁରକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେ ତ୍ୟାଗୀ ଓ ଯାଜପୁର ସମେତ ରାଜ୍ୟ ବିକାଶ ପାଇଁ କାମ କରୁଛନ୍ତି। ବିରୋଧୀ ଵି ମାନିବେ ଆଉ ଦୁଇ ବର୍ଷରେ ଯାଜପୁର ବିକାଶ କେମିତି ହୋଇଛି। କୋରେଇରେ ବି ଇତିହାସ ହେବ। କୋରେଇ ବିକାଶରେ ଗୁଣ୍ଡୁଚି ମୂଷା ପରି କାମ କରିବି। ନିସ୍ଵାର୍ଥ ମନେଭାବ ଦେଇ କାମ କରିବି। ଅଭିନୟ କରିବିନି, ମୁଖ୍ୟମନ୍ତ୍ରୀଙ୍କ ହଟାମୁଠା ଟାଣ କରି ବିକାଶ ଆହୁରି ତ୍ୱରାନ୍ୱିତ କରିବୁ ବୋଲି ଆଲେକଜାଣ୍ଡାର ଦାସ କହିଛନ୍ତି।