ମଧ୍ୟପ୍ରାଚ୍ୟ ଆକାଶରୁ ହଟୁନି ଯୁଦ୍ଧର କଳାବାଦଲ; ସିରିଆରେ ଥିବା ଆମେରିକା ସୈନ୍ୟ ଠିକଣାରେ ରକେଟ୍ ମାଡ଼

ନୂଆଦିଲ୍ଲୀ: ବିଶ୍ବର ଅଧିକାଂଶ ସ୍ଥାନରେ କୁହୁଳୁଛି ଯୁଦ୍ଧ ନିଆଁ । ୟୁକ୍ରେନ-ଋଷ୍, ଇସ୍ରାଏଲ୍-ହମାସ ଓ ଇସ୍ରାଏଲ୍-ଇରାନ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଏହାରି ଭିତରେ ଇରାକ୍‌ରୁ ସିରିଆ ଥିବା ଆମେରିକା ସୈନ୍ୟ ଆଡ୍ଡା ଉପରେ ରକେଟ୍ ମାଡ଼ ହୋଇଛି । ଏହି ଆକ୍ରମଣ ଇରାକ୍ ପ୍ରଧାନମନ୍ତ୍ରୀ ମହମ୍ମଦ ଶିୟା-ଉଲ୍-ସୁଦାନୀ ଆମେରିକା ଗ୍ରସ୍ତରୁ ଫେରିବାର ଗୋଟିଏ ପରେ ହୋଇଛି । ଇରାକ୍ ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହିତ ସାକ୍ଷାତ କରିଥିଲେ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସିରିଆ ସୀମାକୁ ଲାଗି କରିଥିବା ଇରାକର ଜୁମ୍ମାର ସହରରେ ଏକ ଛୋଟ ଟ୍ରକ୍ ମାଧ୍ୟମରେ ରକେଟ୍ ଲଞ୍ଚର ମୁତୟନ କରାଯାଇଥିଲା ଏବଂ ଏହାଦ୍ବାରା ଆମେରିକା ସୈନ୍ୟ ଆଡ୍ଡାକୁ ଟାର୍ଗେଟ୍ କରାଯାଇଥିଲା । ଇରାକରୁ ଆମେରିକା ସୈନ୍ୟ ଠିକଣା ଉପରେ ଲ ୫ଟି ରକେଟ୍ ଲଞ୍ଚର ମାଡ଼ ହୋଇଛି । ଆମେରିକା ଯୁଦ୍ଧ ବିମାନକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ତେବେ କିଏ ଏହି ରକେଟ ମାଡ଼ କରିଛି ଏହାର କୌଣସି ସୂଚନା ନାହିଁ ।ଜଣେ ସୈନ୍ୟ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ଇରାକର ରକେଟ୍ ମାଡ଼ରେ ଆମେରିକା ଏୟାରଷ୍ଟ୍ରାଇକରେ ରକେଟ୍ ଲଞ୍ଚର ମୁତୟନ ହୋଇଥିଲା ଟ୍ରକରେ ବିସ୍ଫୋରଣ ହୋଇଛି । ତେବେ ଜୁମ୍ମାର ସହରରେ ମୁତୟନ ଥିବା ଇରାକ୍ ସୈନ୍ୟ ଦୋଷୀଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।

ମଧ୍ୟପ୍ରାଚ୍ୟ ଆକାଶରୁ ହଟୁନି ଯୁଦ୍ଧର କଳାବାଦଲ; ସିରିଆରେ ଥିବା ଆମେରିକା ସୈନ୍ୟ ଠିକଣାରେ ରକେଟ୍ ମାଡ଼

ନୂଆଦିଲ୍ଲୀ: ବିଶ୍ବର ଅଧିକାଂଶ ସ୍ଥାନରେ କୁହୁଳୁଛି ଯୁଦ୍ଧ ନିଆଁ । ୟୁକ୍ରେନ-ଋଷ୍, ଇସ୍ରାଏଲ୍-ହମାସ ଓ ଇସ୍ରାଏଲ୍-ଇରାନ ମଧ୍ୟରେ ଉତ୍ତେଜନା ଲାଗିରହିଛି । ଏହାରି ଭିତରେ ଇରାକ୍‌ରୁ ସିରିଆ ଥିବା ଆମେରିକା ସୈନ୍ୟ ଆଡ୍ଡା ଉପରେ ରକେଟ୍ ମାଡ଼ ହୋଇଛି । ଏହି ଆକ୍ରମଣ ଇରାକ୍ ପ୍ରଧାନମନ୍ତ୍ରୀ ମହମ୍ମଦ ଶିୟା-ଉଲ୍-ସୁଦାନୀ ଆମେରିକା ଗ୍ରସ୍ତରୁ ଫେରିବାର ଗୋଟିଏ ପରେ ହୋଇଛି । ଇରାକ୍ ପ୍ରଧାନମନ୍ତ୍ରୀ ହ୍ବାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହିତ ସାକ୍ଷାତ କରିଥିଲେ । 

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସିରିଆ ସୀମାକୁ ଲାଗି କରିଥିବା ଇରାକର ଜୁମ୍ମାର ସହରରେ ଏକ ଛୋଟ ଟ୍ରକ୍ ମାଧ୍ୟମରେ ରକେଟ୍ ଲଞ୍ଚର ମୁତୟନ କରାଯାଇଥିଲା ଏବଂ ଏହାଦ୍ବାରା ଆମେରିକା ସୈନ୍ୟ ଆଡ୍ଡାକୁ ଟାର୍ଗେଟ୍ କରାଯାଇଥିଲା । ଇରାକରୁ ଆମେରିକା ସୈନ୍ୟ ଠିକଣା ଉପରେ ଲ ୫ଟି ରକେଟ୍ ଲଞ୍ଚର ମାଡ଼ ହୋଇଛି । ଆମେରିକା ଯୁଦ୍ଧ ବିମାନକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ତେବେ କିଏ ଏହି ରକେଟ ମାଡ଼ କରିଛି ଏହାର କୌଣସି ସୂଚନା ନାହିଁ ।

ଜଣେ ସୈନ୍ୟ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ଇରାକର ରକେଟ୍ ମାଡ଼ରେ ଆମେରିକା ଏୟାରଷ୍ଟ୍ରାଇକରେ ରକେଟ୍ ଲଞ୍ଚର ମୁତୟନ ହୋଇଥିଲା ଟ୍ରକରେ ବିସ୍ଫୋରଣ ହୋଇଛି । ତେବେ ଜୁମ୍ମାର ସହରରେ ମୁତୟନ ଥିବା ଇରାକ୍ ସୈନ୍ୟ ଦୋଷୀଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।