ମହଙ୍ଗା ପଡିଲା ଅମ୍ପାୟାରଙ୍କ ସହ ଯୁକ୍ତି: ସଞ୍ଜୁ ସାମସନଙ୍କୁ ବିସିସିଆଇ ଦେଲା ଦଣ୍ଡ

ନୂଆଦିଲ୍ଲୀ ୦୮/୦୫: ଚାଲିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) । ମଙ୍ଗଳବାର ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ  ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ବିରୋଧରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଏହାର ପ୍ରକୃତ କାରଣ କଣ ଜଣାପଡିନି । କାରଣ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁଙ୍କୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦ ରନ୍‌ରେ ହରାଇବା ପରେ ଆଇପିଏଲ୍ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କ ମ୍ୟାଚ୍ ଫି’ର ୩୦ ପ୍ରତିଶତ ଜରିମାନା ଲାଗିଛି । ସୂଚନା ଥାଉକି, ଦିଲ୍ଲୀର ୨୨୨ ରନର ଲକ୍ଷ୍ୟକୁ ପଛାଇ ରାଜସ୍ଥାନର ପକ୍ଷରୁ ୮୬ ରନ ଖେଳିଥିଲେ କ୍ୟାପଟେନ୍ ସଞ୍ଜୁ ସାମସନ୍ । ସଞ୍ଜୁ ୧୬ ତମ ଓଭରରେ ସାଇ ହୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ସଂଗେ ସଂଗେ ସଞ୍ଜୁ ଆଉଟ୍ ହୋଇଥିଲେ । ତେବେ ଏହାକୁ ସହଜରେ ଗ୍ରହଣ କରିନଥିଲେ ସଂଜୁ । ଫଳରେ ସେ ରିଭ୍ୟୁ ନେଇଥିଲେ । ଏମିତିକି ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ । Touch and go ????#TATAIPL #DCvRR #IPLonJioCinema pic.twitter.com/a6VfsA7OHG— JioCinema (@JioCinema) May 7, 2024ପ୍ରଶ୍ନ ଥିଲା କ୍ୟାଚ୍ ଧରିବା ବେଳେ ହୋପଙ୍କ ପାଦ ବାଉଣ୍ଡରୀକୁ ଛୁଇଁଥିଲା କି ? କିନ୍ତୁ ଥାର୍ଡ ଅମ୍ପାୟର ସାମସନ୍‌ଙ୍କୁ  ଆଉଟ୍ ଘୋଷଣା କରିଥିଲେ । କିନ୍ତୁ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଏଥିରେ ଖୁସି ନଥିଲେ। ସେ ପ୍ରଥମେ ପ୍ୟାଭିଲିୟନ ଆଡକୁ ଚାଲିବା ଆରମ୍ଭ କରିଥିଲେ, କିନ୍ତୁ ପରେ ମଧ୍ୟଭାଗକୁ ଫେରିଥିଲେ ଏବଂ ଫିଲ୍ଡ ଅମ୍ପାୟାରମାନଙ୍କ ସହ କିଛି କଥାବାର୍ତ୍ତା ହୋଇଥିଲେ । ଆଇପିଏଲ୍ ବିବୃତ୍ତିରେ କୁହାଯାଇଛି 'ସାମସନ୍ ଆଇପିଏଲ୍ କୋଡ୍ ଅଫ୍ ନିୟମ ୨.୮ ଅନୁଯାୟୀ ଏକ ଲେଭଲ ଓ୍ୱାନ୍ ଅପରାଧ । ସେ ଅପରାଧ ଏବଂ ମ୍ୟାଚ୍ ରେଫରିଙ୍କ ଦଣ୍ଡକୁ ଗ୍ରହଣ କରିଛନ୍ତି । ଲେଭଲ ଓ୍ୱାନ୍ ଉଲ୍ଲଂଘନ ପାଇଁ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତି ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଅଟେ । ସଞ୍ଜୁ ୪୬ ବଲରେ ୮୬ ରନ ଜବରଦସ୍ତ ଇନିଂସ ଖେଳିଥିଲେ । ତାଙ୍କ ଇନିଂସରେ ୮ ଚଉକା ଓ ୬ ଛକା ଥିଲା । ଯେଉଁଥିରେ ସଞ୍ଜୁଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୬.୯୫ । ଯେତେବେଳେ ସଞ୍ଜୁ ଖେଳୁଥିଲେ, ଲାଗୁଥିଲା ଯେ ସେ ରାଜସ୍ଥାନର ୨୨୨ ର ଟାର୍ଗେଟକୁ ସହଜରେ ହାସଲ କରିଯିବ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ହୋଇଥିଲେ ଆଉଟ୍ । ବାସ୍ତବରେ, ସଞ୍ଜୁ ବିଶ୍ୱାସ କରୁଥିଲେ ଯେ କ୍ୟାଚ୍ ନେବାବେଳେ ସାଇ ହୋପ୍  ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ।  

ମହଙ୍ଗା ପଡିଲା ଅମ୍ପାୟାରଙ୍କ ସହ ଯୁକ୍ତି: ସଞ୍ଜୁ ସାମସନଙ୍କୁ ବିସିସିଆଇ ଦେଲା ଦଣ୍ଡ

ନୂଆଦିଲ୍ଲୀ ୦୮/୦୫: ଚାଲିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) । ମଙ୍ଗଳବାର ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ  ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ବିରୋଧରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ତେବେ ଏହାର ପ୍ରକୃତ କାରଣ କଣ ଜଣାପଡିନି । କାରଣ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁଙ୍କୁ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦ ରନ୍‌ରେ ହରାଇବା ପରେ ଆଇପିଏଲ୍ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କ ମ୍ୟାଚ୍ ଫି’ର ୩୦ ପ୍ରତିଶତ ଜରିମାନା ଲାଗିଛି । 

ସୂଚନା ଥାଉକି, ଦିଲ୍ଲୀର ୨୨୨ ରନର ଲକ୍ଷ୍ୟକୁ ପଛାଇ ରାଜସ୍ଥାନର ପକ୍ଷରୁ ୮୬ ରନ ଖେଳିଥିଲେ କ୍ୟାପଟେନ୍ ସଞ୍ଜୁ ସାମସନ୍ । ସଞ୍ଜୁ ୧୬ ତମ ଓଭରରେ ସାଇ ହୋପଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ସଂଗେ ସଂଗେ ସଞ୍ଜୁ ଆଉଟ୍ ହୋଇଥିଲେ । ତେବେ ଏହାକୁ ସହଜରେ ଗ୍ରହଣ କରିନଥିଲେ ସଂଜୁ । ଫଳରେ ସେ ରିଭ୍ୟୁ ନେଇଥିଲେ । ଏମିତିକି ଫିଲ୍ଡ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ । 



ପ୍ରଶ୍ନ ଥିଲା କ୍ୟାଚ୍ ଧରିବା ବେଳେ ହୋପଙ୍କ ପାଦ ବାଉଣ୍ଡରୀକୁ ଛୁଇଁଥିଲା କି ? କିନ୍ତୁ ଥାର୍ଡ ଅମ୍ପାୟର ସାମସନ୍‌ଙ୍କୁ  ଆଉଟ୍ ଘୋଷଣା କରିଥିଲେ । କିନ୍ତୁ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଏଥିରେ ଖୁସି ନଥିଲେ। ସେ ପ୍ରଥମେ ପ୍ୟାଭିଲିୟନ ଆଡକୁ ଚାଲିବା ଆରମ୍ଭ କରିଥିଲେ, କିନ୍ତୁ ପରେ ମଧ୍ୟଭାଗକୁ ଫେରିଥିଲେ ଏବଂ ଫିଲ୍ଡ ଅମ୍ପାୟାରମାନଙ୍କ ସହ କିଛି କଥାବାର୍ତ୍ତା ହୋଇଥିଲେ । 

ଆଇପିଏଲ୍ ବିବୃତ୍ତିରେ କୁହାଯାଇଛି 'ସାମସନ୍ ଆଇପିଏଲ୍ କୋଡ୍ ଅଫ୍ ନିୟମ ୨.୮ ଅନୁଯାୟୀ ଏକ ଲେଭଲ ଓ୍ୱାନ୍ ଅପରାଧ । ସେ ଅପରାଧ ଏବଂ ମ୍ୟାଚ୍ ରେଫରିଙ୍କ ଦଣ୍ଡକୁ ଗ୍ରହଣ କରିଛନ୍ତି । ଲେଭଲ ଓ୍ୱାନ୍ ଉଲ୍ଲଂଘନ ପାଇଁ ମ୍ୟାଚ୍ ରେଫରିଙ୍କ ନିଷ୍ପତ୍ତି ଚୂଡାନ୍ତ ଏବଂ ବାଧ୍ୟତାମୂଳକ ଅଟେ । ସଞ୍ଜୁ ୪୬ ବଲରେ ୮୬ ରନ ଜବରଦସ୍ତ ଇନିଂସ ଖେଳିଥିଲେ । 

ତାଙ୍କ ଇନିଂସରେ ୮ ଚଉକା ଓ ୬ ଛକା ଥିଲା । ଯେଉଁଥିରେ ସଞ୍ଜୁଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୬.୯୫ । ଯେତେବେଳେ ସଞ୍ଜୁ ଖେଳୁଥିଲେ, ଲାଗୁଥିଲା ଯେ ସେ ରାଜସ୍ଥାନର ୨୨୨ ର ଟାର୍ଗେଟକୁ ସହଜରେ ହାସଲ କରିଯିବ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ହୋଇଥିଲେ ଆଉଟ୍ । ବାସ୍ତବରେ, ସଞ୍ଜୁ ବିଶ୍ୱାସ କରୁଥିଲେ ଯେ କ୍ୟାଚ୍ ନେବାବେଳେ ସାଇ ହୋପ୍  ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ।