ରାଜସ୍ଥାନ ରୟାଲ୍ସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ରେ ଏକ ରୋମାଞ୍ଚକ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୨୦ ରନ୍ରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ମ୍ୟାଚ୍ରୁ ୬ ବିଜୟ ସହ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ରାଜସ୍ଥାନ ଦ୍ବିତୀୟ ସ୍ଥାନରେ ରହି ପ୍ଲେ ଅଫ୍ରେ ଗୋଟିଏ ପାଦ ରଖିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ଅପେକ୍ଷା କରିଛି। ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବାରୁ କୁଲଦୀପ ୟାଦବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରାଜସ୍ଥାନ ରୟାଲ୍ସ […]

ରାଜସ୍ଥାନ ରୟାଲ୍ସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ରେ ଏକ ରୋମାଞ୍ଚକ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୨୦ ରନ୍ରେ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ୧୨ ମ୍ୟାଚ୍ରୁ ୬ ବିଜୟ ସହ ପ୍ଲେଅଫ୍ ଆଶା ଉଜ୍ଜୀବିତ କରିଛି। ରାଜସ୍ଥାନ ଦ୍ବିତୀୟ ସ୍ଥାନରେ ରହି ପ୍ଲେ ଅଫ୍ରେ ଗୋଟିଏ ପାଦ ରଖିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ଅପେକ୍ଷା କରିଛି। ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବାରୁ କୁଲଦୀପ ୟାଦବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ଦିଲ୍ଲୀ କ୍ୟାପିଟାଲ୍ସ ୨୨୨ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ସଂଜୁ ସାମ୍ସନ୍ ଏକା ଲଢ଼ି ୪୬ ବଲ୍ରୁ ୮୬ ରନ୍ (୮ ଚୌକା, ୬ ଛକା) ସଂଗ୍ରହ କରିଥିଲେ। ରିୟାନ ପରାଗ (୨୨ ବଲ୍ରୁ ୨୭ ରନ୍) ଏବଂ ଶୁଭମ ଦୁବେ (୧୨ ବଲ୍ରୁ ୨୫ ରନ୍) ଭଲ ସହଯୋଗ କରିଥିଲେ ମଧ୍ୟ କେହି ଶେଷ ପର୍ଯ୍ୟନ୍ତ ତିଷ୍ଠିପାରି ନଥିଲେ। ଫଳରେ ୨୦ ରନ୍ରେ ଦଳ ହାୟରିଯାଇଥିଲା। ସଂଜୁଙ୍କ ୱିକେଟ୍ ଯିବା ପରେ ରାଜସ୍ଥାନର ଆଶା ଭାଙ୍ଗିଯାଇଥିଲା।
ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଜ୍ୟାକ୍ ଫ୍ରେଜର୍ ମ୍ୟାକଗର୍କ, ଅଭିଷେକ ପୋାରେଲ୍ ଓ ତ୍ରିଷ୍ଟନ୍ ଷ୍ଟବ୍ସଙ୍କ ବିଞସ୍ଫୋରକ ବ୍ୟାଟିଂ ଦର୍ଶନୀୟ ଥିଲା। ପ୍ରଥମ ୱିକେଟ୍ ପାଇଁ ପ୍ରାରମ୍ଭିକ ଯୋଡ଼ି ମ୍ୟାକ୍ଗର୍କ ଓ ପୋରେଲ୍ ୪.୨ ଓଭରରେ ୬୦ ରନ୍ ଉଠାଇଥିଲେ। ମ୍ୟାକଗର୍ଗ ମାତ୍ର ୧୯ ବଲ୍ରୁ ୫୦ ରନ୍ (୭ଚୌକା, ୩ଛକା) ପୂର୍ଣ୍ଣ କରିଥିଲେ ମଧ୍ୟ ସମ୍ମୁଖୀନ ହୋଇଥିବା ପରବର୍ତ୍ତୀ ବଲ୍ରେ ଆଉଟ୍ ହୋଇଯାଇଥିଲେ। ପୋରେଲ୍ ୩୬ ବଲ୍ରୁ ୬୫ ରନ୍ ସଂଗ୍ରହ କରିଥିଲେ। ଶେଷ ଭାଗରେ ତ୍ରିଷ୍ଟାନ୍ ଷ୍ଟବ୍ସ (୨୦ ବଲ୍ରୁ ୪୧ ରନ୍, ୩ ଲେଖାଏଁ ଚୌକା ଓ ଛକା) ଏବଂ ଗୁଲବଦିନ ନାଏବ (୧୫ ବଲ୍ରୁ ୧୯ ରନ୍) ଦଳକୁ ୨୨୧ ରନ୍ରେ ପହଞ୍ଚାଇ ଦେଇଥିଲେ।