୩୫୦ ଟ୍ବେଣ୍ଟି-୨୦ ୱିକେଟ୍ ମାଇଲ୍ଖୁଣ୍ଟରେ ପହଞ୍ଚିବାରେ ଚହଲ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଲେଗ୍ ସ୍ପିନର ୟୁଝବେନ୍ଦ୍ର ଚହଲ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଆଉଟ୍ କରିବା ପରେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ୩୫୦ ୱିକେଟ୍ ପୂରଣ କରିଛନ୍ତି। ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ନିକଟରେ ସେ ପ୍ରଥମ ବୋଲର ଭାବେ ଆଇପିଏଲ୍ରେ ୨୦୦ ୱିକେଟ୍ ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ଏହି ସଫଳତା ପାଇଥିଲେ। ଟ୍ବେଣ୍ଟି-୨୦ରେ ସର୍ବାଧିକ ୱିକେଟ୍ କୀର୍ତ୍ତିମାନ ୱେଷ୍ଟ୍ଇଣ୍ଡିଜ୍ର ଡ୍ବାନେ ବ୍ରାଭୋ (୬୨୫)ଙ୍କ ନାମରେ ରହିଛି। ଚହଲ […]

୩୫୦ ଟ୍ବେଣ୍ଟି-୨୦ ୱିକେଟ୍ ମାଇଲ୍ଖୁଣ୍ଟରେ ପହଞ୍ଚିବାରେ ଚହଲ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଲେଗ୍ ସ୍ପିନର ୟୁଝବେନ୍ଦ୍ର ଚହଲ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କୁ ଆଉଟ୍ କରିବା ପରେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ୩୫୦ ୱିକେଟ୍ ପୂରଣ କରିଛନ୍ତି। ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ନିକଟରେ ସେ ପ୍ରଥମ ବୋଲର ଭାବେ ଆଇପିଏଲ୍ରେ ୨୦୦ ୱିକେଟ୍ ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ଏହି ସଫଳତା ପାଇଥିଲେ। ଟ୍ବେଣ୍ଟି-୨୦ରେ ସର୍ବାଧିକ ୱିକେଟ୍ କୀର୍ତ୍ତିମାନ ୱେଷ୍ଟ୍ଇଣ୍ଡିଜ୍ର ଡ୍ବାନେ ବ୍ରାଭୋ (୬୨୫)ଙ୍କ ନାମରେ ରହିଛି। ଚହଲ ଏହି ତାଲିକାରେ ଏକାଦଶ ସ୍ଥାନରେ ଅଛନ୍ତି। ଚହଲଙ୍କ ପଛକୁ ଭାରତର ପୀୟୂଷ ଚାୱଲା (୩୧୦) ଓ ରବିଚନ୍ଦ୍ରନ ଅଶ୍ବିନ (୩୦୩) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଚହଲ ଆଇପିଏଲ୍ରୁ ୨୦୧ ଏବଂ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରୁ ୯୬ ୱିକେଟ୍ ନେଇଛନ୍ତି।