ଲେଡି ସିଙ୍ଘମ

ବେଶ୍‌ କିଛି ଦିନ ହେବ ନିର୍ଦ୍ଦେଶକ ରୋହିତ ସେଠୀଙ୍କର ଫିଲ୍ମ ସିଙ୍ଘମ ଏଗେନ୍‌କୁ ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ବିଭିନ୍ନ ସମୟରେ ଅନେକ ଖବର ମିଳୁଛି । ନିକଟରେ ଦୀପିକାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ସିଙ୍ଘମ ଏଗେନ୍‌ ସେଟ୍‌ । ଏଥିରେ ଦୀପିକାଙ୍କୁ ସିଙ୍ଘମ ଅବତାରରେ ଦେଖିବାକୁ ମିଳିବ । ଯାହାକୁ ଦେଖିବା ପରେ ଫ୍ୟାନମାନେ ଦୀପିକାଙ୍କୁ ଲେଡି ସିଙ୍ଘମର ଆଖ୍ୟ ଦେଇଛନ୍ତି । ଏଥିରେ ଦୀପିକାଙ୍କୁ ଫିଲ୍ମର ଆଇକନିକ୍‌ […]

ଲେଡି ସିଙ୍ଘମ
ଲେଡି ସିଙ୍ଘମ

ବେଶ୍‌ କିଛି ଦିନ ହେବ ନିର୍ଦ୍ଦେଶକ ରୋହିତ ସେଠୀଙ୍କର ଫିଲ୍ମ ସିଙ୍ଘମ ଏଗେନ୍‌କୁ ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ବିଭିନ୍ନ ସମୟରେ ଅନେକ ଖବର ମିଳୁଛି । ନିକଟରେ ଦୀପିକାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ସିଙ୍ଘମ ଏଗେନ୍‌ ସେଟ୍‌ । ଏଥିରେ ଦୀପିକାଙ୍କୁ ସିଙ୍ଘମ ଅବତାରରେ ଦେଖିବାକୁ ମିଳିବ । ଯାହାକୁ ଦେଖିବା ପରେ ଫ୍ୟାନମାନେ ଦୀପିକାଙ୍କୁ ଲେଡି ସିଙ୍ଘମର ଆଖ୍ୟ ଦେଇଛନ୍ତି । ଏଥିରେ ଦୀପିକାଙ୍କୁ ଫିଲ୍ମର ଆଇକନିକ୍‌ ପୋଜ କରୁଥିବାର ଦେଖିବାକୁ ମିଳିଛି । ଦୀପିକାଙ୍କର ଫ୍ୟାନମାନେ ତାଙ୍କର ଏହି ଲୁକ୍‌କୁ ବେଶ୍‌ ପସନ୍ଦ କରୁଛନ୍ତି । ଫଟୋ ପୋଷ୍ଟ କରିବା ସହିତ ରୋହିତ ଦୀପିକାଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ରିଲ୍‌ ତଥା ରିଅଲ ଲାଇଫ୍‌ ହିରୋ ବୋଲି ସେ ଦୀପିକାଙ୍କୁ ସମ୍ବୋଧନ କରିଛନ୍ତି । ଫିଲ୍ମକୁ ନେଇ ଉଭୟ ଦୀପିକା ଓ ରୋହିତ ବେଶ୍‌ ଉତ୍ସୁକ ଅଛନ୍ତି । ଫିଲ୍ମରେ ଦୀପିକାଙ୍କ ସହିତ ଅଜୟ ଦେବଗନ, ରଣବୀର ସିଂ, କରୀନା କପୁର, ଟାଇଗର ସ୍ରଫଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ । ମଲଫି ଷ୍ଟାର ଫିଲ୍ମ ହୋଇଥିବାରୁ ଦର୍ଶକଙ୍କ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି । ସବୁବେଳେ ସିଙ୍ଘମର ଅନ୍ୟ ପାର୍ଟ ଗୁଡିକୁ ଖୁବ ଭଲ ପାଇବା ମିଳିଛି । ଫିଲ୍ମଟି ଥିଏଟରରେ ୨୦୨୪ ଅଗଷ୍ଟ ୧୫ରେ ରିଲିଜ ହେବ ବୋଲି ଯୋଜନା ହୋଇଛି ।