ସମର ଆଲର୍ଜି

ଆଲର୍ଜିର ସେଭଳି କୌଣସି ସିଜିନ ନାହିଁ, ଏହା କୌଣସି ବି ଋତୁରେ ହୋଇପାରେ । ବର୍ତ୍ତମାନ ଖରାର ପରିମାଣ ବଢିଛି, ତେଣୁ ଏହି ଦିନେ ସମର ଆଲର୍ଜି ହେବାର ସମ୍ଭବନା ଅଧିକ ରହିଥାଏ । ଏହି ଆଲର୍ଜିକୁ ଚିହ୍ନି ଏହାର ଉପଚାର କରିବାର ଆବଶ୍ୟକତା ରହିଛି । ଏହାକୁ ଚିହ୍ନିବାକୁ ହେଲେ ଏହାର ଲକ୍ଷଣ ଜାଣିବା ଜରୁରୀ । ଆସନ୍ତୁ ଏଭଳି କିଛି ଲକ୍ଷଣ ସମ୍ବନ୍ଧରେ ଜାଣିବା, ଯାହା ସାହାଯ୍ୟରେ ସମର ଆଲର୍ଜିକୁ ଚିହ୍ନିବା ସହିତ ଏହାର […]

ସମର ଆଲର୍ଜି
ସମର ଆଲର୍ଜି

ଆଲର୍ଜିର ସେଭଳି କୌଣସି ସିଜିନ ନାହିଁ, ଏହା କୌଣସି ବି ଋତୁରେ ହୋଇପାରେ । ବର୍ତ୍ତମାନ ଖରାର ପରିମାଣ ବଢିଛି, ତେଣୁ ଏହି ଦିନେ ସମର ଆଲର୍ଜି ହେବାର ସମ୍ଭବନା ଅଧିକ ରହିଥାଏ । ଏହି ଆଲର୍ଜିକୁ ଚିହ୍ନି ଏହାର ଉପଚାର କରିବାର ଆବଶ୍ୟକତା ରହିଛି । ଏହାକୁ ଚିହ୍ନିବାକୁ ହେଲେ ଏହାର ଲକ୍ଷଣ ଜାଣିବା ଜରୁରୀ । ଆସନ୍ତୁ ଏଭଳି କିଛି ଲକ୍ଷଣ ସମ୍ବନ୍ଧରେ ଜାଣିବା, ଯାହା ସାହାଯ୍ୟରେ ସମର ଆଲର୍ଜିକୁ ଚିହ୍ନିବା ସହିତ ଏହାର ନିରାକରଣ ମଧ୍ୟ କରିହେବ ।
ଲକ୍ଷଣ
– ହଠାତ୍‌ ଛିଙ୍କ ହେବା ।
– ଛିଙ୍କ ସହିତ କଫ ମଧ୍ୟ ଲାଗି ରହିବା ।
– ଆଖିରୁ ପାଣି ବାହାରିବା ।
– ଶୀତ ଦିନ ଭଳି ଥଣ୍ଡା ହେବା ।
– ଆଖି ଓ ନାକ କୁଣ୍ଡାଇ ହେବା ।
– ମୁଣ୍ଡ ବିନ୍ଧା କିମ୍ବା ନିଶ୍ୱାସ ନେବାରେ କଷ୍ଟ ହେବା ।
କିପରି ଦୂରରେ ରହିବେ
– ପ୍ରଥମେ ଲକ୍ଷଣକୁ ଚିହ୍ନନ୍ତୁ । ଏହାପରେ କିପରି ସମର ଆଲର୍ଜିରୁ ଦୂରେଇ ରହିବେ ସେ ନେଇ କାର୍ଯ୍ୟ କରନ୍ତୁ ।
– ନିଜକୁ ତଥା ଆଖପାଖକୁ ସଫା ରଖନ୍ତୁ । ନିଜର ପୋଷାକ ସହିତ ବେଡକୁ ପ୍ରତି ସପ୍ତାହରେ ସଫା ରଖନ୍ତୁ ।
– ଘରେ ଧୂଳି ପଶିବାକୁ ଦିଅନ୍ତୁ ନାହିଁ ।
– ବାହାରକୁ ଯିବା ସମୟରେ ମାସ୍କ ପିନ୍ଧନ୍ତୁ ।
– ବାହାରୁ ଆସିବା ପରେ ହାତଗୋଡ ସହ ପୋଷାକକୁ ସଫା କରନ୍ତୁ