ସୁନ୍ଦରୀ ପୋଲିଂ ଅଫିସର; ସୌନ୍ଦର୍ଯ୍ୟକୁ ଦେଖି ଲୋକେ ପାଗଳ, ସୋଶିଆଲ୍‌ ମିଡିଆରେ ଭାଇରାଲ୍‌

ନୂଆଦିଲ୍ଲୀ ୨୨।୦୪: ଆଖିରେ ଚଷମା । ଓଠରେ କ୍ୟୁଟ୍‌ ସ୍ମାଇଲ୍‌ । ହାତରେ ଦାୟିତ୍ବ । ସୁନ୍ଦରତାରେ ଅନେକଙ୍କୁ ଦେଉଛନ୍ତି ମାତ୍‌ । ଯାହାଙ୍କୁ ଦେଖି ଲୋକେ ପାଗଳ । ଏ କୌଣସି ମଡେଲ୍‌ କି ଅଭିନେତ୍ରୀ ନୁହଁନ୍ତି, ଏ ହେଉଛନ୍ତି ଜଣେ ମହିଳା ପୋଲିଂ ଅଫିସର । ଯିଏକି ଲୋକସଭା ନିର୍ବାଚନରେ ନିଜର ଦାୟିତ୍ବ ତୁଲାଉଛନ୍ତି । ଏବେ ତାଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଖୁବ୍‌ ଚର୍ଚ୍ଚା । ନିର୍ବାଚନୀ ମାହୋଲ୍‌ରେ ନିଆଁ ଲଗାଇବା ଭଳି ଲାଗୁଛି ତାଙ୍କ ସୌନ୍ଦର୍ଯ୍ୟ । ବର୍ତ୍ତମାନ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଆରମ୍ଭ ହୋଇଛି ଲୋକସଭା ନିର୍ବାଚନ ୨୦୨୪ । ଶୁକ୍ରବାର ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ । ଏହାରି ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଏହି ପୋଲିଂ ଅଫିସର । ତେବେ କିଏ ଏହି ସୁନ୍ଦରୀ ? ନିର୍ବାଚନ ମାହୋଲରେ ବି ତାଙ୍କ ଉପରୁ କାହିଁକି ଉଠୁନି ନଜର... ଏହି ସୁନ୍ଦରୀ ପୋଲିଂ ଅଫିସର ହେଉଛନ୍ତି ଈଶା ଅରୋରା । ପଶ୍ଚିମ ଉତ୍ତରପ୍ରଦେଶର ସହାରନପୁରରେ ନଜର ଆସିଛନ୍ତି ଈଶା । ସହାରନପୁରର ରଣଜିତ ନଗରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ସିନିୟର୍‌ ଆସୋସିଏଟ୍‌ ଅଧିକାରୀ ଅଟନ୍ତି ଈଶା । ତାଙ୍କୁ ସହାରନପୁର ଗଙ୍ଗୋହ ବିଧାନସଭା ନିର୍ବାଚନମଣ୍ଡଳୀର ମତଦାନ କେନ୍ଦ୍ରରେ ପ୍ରଥମ ପୋଲିଂ ଅଫିସର୍ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ସେ ସମ୍ପୃକ୍ତ ପ୍ରଶାସନିକ ବିଲ୍‌ଡିଂରୁ ନିଜ ବୁଥ୍‌କୁ ଯାଇଥିଲେ । ଆଉ ଏହି ସମୟରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ୍‌ ହୋଇଛି । ତାଙ୍କ ସୌନ୍ଦର୍ଯ୍ୟ ହିଁ ଟାଣିଛି ତାଙ୍କ ପ୍ରସଶଂକଙ୍କୁ । ଭାଇରାଲ୍‌ ହେବା ପରେ ଈଶାଙ୍କ ପାଇଁ ବିଭିନ୍ନ ପ୍ରତିକ୍ରିୟା ଆସୁଛି । ଏହାକୁ ନେଇ ଇଶା କହିଛନ୍ତି   ତାଙ୍କର ଧ୍ୟାନ କେବଳ ତାଙ୍କ କର୍ତ୍ତବ୍ୟ ଉପରେ ରହିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଏବଂ ଏଥିରେ ଥିବା ମନ୍ତବ୍ୟକୁ ନେଇ ଈଶା କହିଛନ୍ତି ଯେ ମୋତେ ଆଦୌ ସମୟ ମିଳି ନାହିଁ ।  ମୋବାଇଲ ଦେଖିବାକୁ ମଧ୍ୟ ସମୟ ନାହିଁ କାରଣ କ୍ରମାଗତ ନିର୍ବାଚନ ବ୍ୟସ୍ତତାରେ ମୁଁ ଅଛି । ଭାଇରାଲ୍ ଏବଂ ଫେମସ୍ ହେବା ବିଷୟରେ ଈଶା କହିଛନ୍ତି ଯେ “ହଁ, ଏହା ବହୁତ ଭଲ ଲାଗୁଛି। ଏଥିରେ ସୌନ୍ଦର୍ଯ୍ୟକୁ ନେଇ କିଛି ନାହିଁ, କିନ୍ତୁ ସମୟାନୁବର୍ତ୍ତୀତାର କଥା ଅଛି । ମୁଁ ଠିକ୍ ସମୟରେ ଡ୍ୟୁଟି ପାଇଁ ଆସିଛି। ଆପଣ ଏହାକୁ କାର୍ଯ୍ୟ କରିବାର ପ୍ରତିବଦ୍ଧତା ମଧ୍ୟ କହିପାରିବେ।” କେବଳ ଇଶା ଅରୋରା ହିଁ ନୁହଁନ୍ତି, ପୂର୍ବରୁ ହଳଦିଆ ଶାଢିରେ ଜଣେ ପୋଲିଂ ଅଫିସର୍ ଚର୍ଚ୍ଚାକୁ ଆସିଥିଲେ ।  ତାଙ୍କ ନାଁ ଥିଲା ରୀନା ଦ୍ୱିବେଦୀ । ଯାହାଙ୍କୁ ପ୍ରାୟ ତ ସମସ୍ତ ମନେ ରଖିଥିବେ। ତେବେ ସୋସିଆଲ ମିଡିଆରେ ରୀନା ଭାଇରାଲ ହେଉଥିଲେ । ବର୍ତ୍ତମାନ ରୀନାଙ୍କ ଭଳି ଈଶା… 

ସୁନ୍ଦରୀ ପୋଲିଂ ଅଫିସର; ସୌନ୍ଦର୍ଯ୍ୟକୁ ଦେଖି ଲୋକେ ପାଗଳ, ସୋଶିଆଲ୍‌ ମିଡିଆରେ ଭାଇରାଲ୍‌

ନୂଆଦିଲ୍ଲୀ ୨୨।୦୪: ଆଖିରେ ଚଷମା । ଓଠରେ କ୍ୟୁଟ୍‌ ସ୍ମାଇଲ୍‌ । ହାତରେ ଦାୟିତ୍ବ । ସୁନ୍ଦରତାରେ ଅନେକଙ୍କୁ ଦେଉଛନ୍ତି ମାତ୍‌ । ଯାହାଙ୍କୁ ଦେଖି ଲୋକେ ପାଗଳ । ଏ କୌଣସି ମଡେଲ୍‌ କି ଅଭିନେତ୍ରୀ ନୁହଁନ୍ତି, ଏ ହେଉଛନ୍ତି ଜଣେ ମହିଳା ପୋଲିଂ ଅଫିସର । ଯିଏକି ଲୋକସଭା ନିର୍ବାଚନରେ ନିଜର ଦାୟିତ୍ବ ତୁଲାଉଛନ୍ତି । ଏବେ ତାଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ।

 ନିର୍ବାଚନୀ ମାହୋଲ୍‌ରେ ନିଆଁ ଲଗାଇବା ଭଳି ଲାଗୁଛି ତାଙ୍କ ସୌନ୍ଦର୍ଯ୍ୟ । ବର୍ତ୍ତମାନ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଆରମ୍ଭ ହୋଇଛି ଲୋକସଭା ନିର୍ବାଚନ ୨୦୨୪ । ଶୁକ୍ରବାର ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ । ଏହାରି ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଏହି ପୋଲିଂ ଅଫିସର । ତେବେ କିଏ ଏହି ସୁନ୍ଦରୀ ? ନିର୍ବାଚନ ମାହୋଲରେ ବି ତାଙ୍କ ଉପରୁ କାହିଁକି ଉଠୁନି ନଜର... 

ଏହି ସୁନ୍ଦରୀ ପୋଲିଂ ଅଫିସର ହେଉଛନ୍ତି ଈଶା ଅରୋରା । ପଶ୍ଚିମ ଉତ୍ତରପ୍ରଦେଶର ସହାରନପୁରରେ ନଜର ଆସିଛନ୍ତି ଈଶା । ସହାରନପୁରର ରଣଜିତ ନଗରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ସିନିୟର୍‌ ଆସୋସିଏଟ୍‌ ଅଧିକାରୀ ଅଟନ୍ତି ଈଶା । ତାଙ୍କୁ ସହାରନପୁର ଗଙ୍ଗୋହ ବିଧାନସଭା ନିର୍ବାଚନମଣ୍ଡଳୀର ମତଦାନ କେନ୍ଦ୍ରରେ ପ୍ରଥମ ପୋଲିଂ ଅଫିସର୍ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ସେ ସମ୍ପୃକ୍ତ ପ୍ରଶାସନିକ ବିଲ୍‌ଡିଂରୁ ନିଜ ବୁଥ୍‌କୁ ଯାଇଥିଲେ । 

ଆଉ ଏହି ସମୟରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ୍‌ ହୋଇଛି । ତାଙ୍କ ସୌନ୍ଦର୍ଯ୍ୟ ହିଁ ଟାଣିଛି ତାଙ୍କ ପ୍ରସଶଂକଙ୍କୁ । ଭାଇରାଲ୍‌ ହେବା ପରେ ଈଶାଙ୍କ ପାଇଁ ବିଭିନ୍ନ ପ୍ରତିକ୍ରିୟା ଆସୁଛି । ଏହାକୁ ନେଇ ଇଶା କହିଛନ୍ତି   ତାଙ୍କର ଧ୍ୟାନ କେବଳ ତାଙ୍କ କର୍ତ୍ତବ୍ୟ ଉପରେ ରହିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଏବଂ ଏଥିରେ ଥିବା ମନ୍ତବ୍ୟକୁ ନେଇ ଈଶା କହିଛନ୍ତି ଯେ ମୋତେ ଆଦୌ ସମୟ ମିଳି ନାହିଁ ।  ମୋବାଇଲ ଦେଖିବାକୁ ମଧ୍ୟ ସମୟ ନାହିଁ କାରଣ କ୍ରମାଗତ ନିର୍ବାଚନ ବ୍ୟସ୍ତତାରେ ମୁଁ ଅଛି । 

ଭାଇରାଲ୍ ଏବଂ ଫେମସ୍ ହେବା ବିଷୟରେ ଈଶା କହିଛନ୍ତି ଯେ “ହଁ, ଏହା ବହୁତ ଭଲ ଲାଗୁଛି। ଏଥିରେ ସୌନ୍ଦର୍ଯ୍ୟକୁ ନେଇ କିଛି ନାହିଁ, କିନ୍ତୁ ସମୟାନୁବର୍ତ୍ତୀତାର କଥା ଅଛି । ମୁଁ ଠିକ୍ ସମୟରେ ଡ୍ୟୁଟି ପାଇଁ ଆସିଛି। ଆପଣ ଏହାକୁ କାର୍ଯ୍ୟ କରିବାର ପ୍ରତିବଦ୍ଧତା ମଧ୍ୟ କହିପାରିବେ।” କେବଳ ଇଶା ଅରୋରା ହିଁ ନୁହଁନ୍ତି, ପୂର୍ବରୁ ହଳଦିଆ ଶାଢିରେ ଜଣେ ପୋଲିଂ ଅଫିସର୍ ଚର୍ଚ୍ଚାକୁ ଆସିଥିଲେ ।  ତାଙ୍କ ନାଁ ଥିଲା ରୀନା ଦ୍ୱିବେଦୀ । ଯାହାଙ୍କୁ ପ୍ରାୟ ତ ସମସ୍ତ ମନେ ରଖିଥିବେ। ତେବେ ସୋସିଆଲ ମିଡିଆରେ ରୀନା ଭାଇରାଲ ହେଉଥିଲେ । ବର୍ତ୍ତମାନ ରୀନାଙ୍କ ଭଳି ଈଶା…