IAS ଅଧିକାରୀଙ୍କ ଦରମା କେତେ ? ତାଙ୍କୁ କେଉଁ କେଉଁ ସୁବିଧା ମିଳେ ?

ନୂଆଦିଲ୍ଲୀ ୨୨।୦୪: IAS ବା ଭାରତୀୟ ପ୍ରସାଶନିକ ସେବା । ଦୁନିଆର ସବୁଠାରୁ କଠିନ ପରୀକ୍ଷା । ଏହାକୁ କ୍ରାକ୍‌ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି ପରୀକ୍ଷାର୍ଥୀ । ନିକଟରେ ପ୍ରକାଶ ପାଇଛି ୨୦୨୩ ସିଭିଲ୍‌ ସର୍ଭିସ ପରିକ୍ଷାର ଫଳାଫଳ । ଯେଉଁଥିରେ ୧୦୧୬ ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି । ପ୍ରସାଶନିକ ସେବାରେ ଉତିର୍ଣ୍ଣ ହେବା ପରେ ସାମ୍ନାକୁ ଆସୁଛି ଅନେକ ପରୀକ୍ଷାର୍ଥୀଙ୍କ ସଂଘର୍ଷର କାହାଣୀ । ଯାହାକୁ ଅତିକ୍ରମ କରି ଏମାନେ ନିଜ ସ୍ବପ୍ନ ପୂରଣ କରିଛନ୍ତି । କିନ୍ତୁ ଜାଣନ୍ତି କି ଆଇଏସ୍ ଏବଂ ଆଇପିଏସ୍ ଅଧିକାରୀ କେତେ ଦରମା ପାଆନ୍ତି ? ଏମାନଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ ? ସମସ୍ତ ଆଇଏଏସ୍ ଅଧିକାରୀଙ୍କ ଦରମା ସମାନ ସ୍ତରରୁ ଆରମ୍ଭ ହୋଇଥାଏ । କିନ୍ତୁ ପରେ ଏହା ସେମାନଙ୍କ କାର୍ଯ୍ୟକାଳ ଏବଂ ପଦୋନ୍ନତି ସହିତ ବୃଦ୍ଧି ପାଇଥାଏ । ସପ୍ତମ ବେତନ ଆୟୋଗ ଅନୁଯାୟୀ ଜଣେ ଆଇଏସ୍ ଅଧିକାରୀଙ୍କୁ ପ୍ରଥମେ ୫୬ ହଜାର ୧୦୦ଟଙ୍କା ମିଳିଥାଏ । ଯାହା ମୌଳିକ ବେତନ ଭାବେ ଦିଆଯାଇଥାଏ । ଏହାବ୍ୟତୀତ ସେମାନଙ୍କୁ TA, DA ଏବଂ HRA ମଧ୍ୟ ଦିଆଯାଏ । ରିପୋର୍ଟ ଅନୁଯାୟୀ ଜଣେ ଆଇଏଏସ୍ ଅଧିକାରୀଙ୍କର ସମସ୍ତ ଭତ୍ତା ମିଶାଇ ପ୍ରଥମରୁ ପ୍ରତିମାସରେ ୧ ଲକ୍ଷରୁ ଅଧିକ ଟଙ୍କାର ଦରମା ମିଳିଥାଏ । ଯଦିଓ ସେ କ୍ୟାବିନେଟ ସଚିବ ପଦରେ ପହଞ୍ଚିବା ବେଳକୁ ତାଙ୍କ ଦରମା ୨ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଥାଏ । ଖବର ଅନୁଯାୟୀ IAS ଅଧିକାରୀଙ୍କ ପାଇଁ ବିଭିନ୍ନ ପେ-ବଣ୍ଡ ନିର୍ଦ୍ଧାରଣ କରାଯାଇଛି । ଏହି ବଣ୍ଡ ଆଧାରରେ ଅଧିକାରୀଙ୍କୁ ଘର, ରୋଷେୟା ଏବଂ ଅନ୍ୟାନ୍ୟ କର୍ମଚାରୀ ସୁବିଧା ଯୋଗାଇ ଦିଆଯାଏ । ଯଦି ପୋଷ୍ଟିଂ ସମୟରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡେ, ତେବେ ସେଠାରେ ମଧ୍ୟ ତାଙ୍କୁ ସରକାରୀ ଘର ଦିଆଯାଏ । ଏହାବ୍ୟତୀତ କୌଣସି ସ୍ଥାନକୁ ଯିବାକୁ ହେଲେ ଗାଡି ଏବଂ ଡ୍ରାଇଭର ମଧ୍ୟ ସରକାରଙ୍କ ତରଫରୁ ଦିଆଯାଇଥାଏ । ତେବେ IAS ଅଧିକାରୀଙ୍କୁ କେଉଁ କେଉଁ ଭତ୍ତା ମିଳିଥାଏ ? ଅଧିକାରୀଙ୍କୁ ମହଙ୍ଗା ଭତ୍ତା ଅର୍ଥାତ୍‌ DA ମିଳିଥାଏ । ଏହା ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯାଉଥିବା ଜୀବନଯାପନ ସମଯୋଜନା ଭତ୍ତା ଅଟେ । ଏହା ମୌଳିକ ଦରମାର ଏକ ଅଂଶ । DA ମୌଳିକ ଦରମାର ପ୍ରାୟ ୧୭ ପ୍ରତିଶତ ବୋଲି ଆକଳନ କରାଯାଇଛି ।  ସେହିପରି ଯେଉଁ ଅଧିକାରୀଙ୍କ ପାଖରେ ସରକାରୀ ଆବାସ ଅର୍ଥାତ୍‌ ଘର ନାହିଁ ସେମାନଙ୍କ ପାଇଁ ଘର ଭଡା ଭତ୍ତା (HRA) ଦିଆଯାଇଥାଏ । ଏହି ଭତ୍ତା ପୋଷ୍ଟିଂ ସହର ଉପରେ ନିର୍ଭର କରେ ଏବଂ ଏହା ମୌଳିକ ବେତନର ୮ରୁ ୨୪ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ଭ୍ରମଣ ଭତ୍ତା (TA)। ସରକାରୀ କାମରେ ଯାତ୍ରା ସମୟରେ IAS ଅଧିକାରୀଙ୍କର ହେଉଥିବା ଖର୍ଚ୍ଚକୁ ଦେଉଥିବା ଟଙ୍କା ହେଉଛି ଭ୍ରମଣ ଭତ୍ତା ବା ଟିଏ । ଏଥିରେ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ଯାତ୍ରା ସାମିଲ ରହିଛି । ତେବେ ଯେତେବେଳେ IAS ଅଧିକାରୀ ପଦନ୍ନୋତି ପାଇ କ୍ୟାବିନେଟ ସଚିବ ହୋଇଥାନ୍ତି । ସେତେବେଳେ ଏମାନଙ୍କ ଦରମା ଅଢେଇ ଲକ୍ଷ ଟଙ୍କା ହୋଇଥାଏ । ଏହାବ୍ୟତୀତ ମହଙ୍ଗା ଭତ୍ତା, ଚିକିତ୍ସା ଭତ୍ତା, ଭ୍ରମଣ ଭତ୍ତା ଏବଂ ଘର ଭଡା ଭତ୍ତାକୁ ମିଶାଇ ତାଙ୍କୁ ୫ ଲକ୍ଷ ୬୦ ହଜାର ଟଙ୍କା ଦରମା ଭାବେ ମିଳିଥାଏ ।  

IAS ଅଧିକାରୀଙ୍କ ଦରମା କେତେ ? ତାଙ୍କୁ କେଉଁ କେଉଁ ସୁବିଧା ମିଳେ ?

ନୂଆଦିଲ୍ଲୀ ୨୨।୦୪: IAS ବା ଭାରତୀୟ ପ୍ରସାଶନିକ ସେବା । ଦୁନିଆର ସବୁଠାରୁ କଠିନ ପରୀକ୍ଷା । ଏହାକୁ କ୍ରାକ୍‌ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି ପରୀକ୍ଷାର୍ଥୀ । ନିକଟରେ ପ୍ରକାଶ ପାଇଛି ୨୦୨୩ ସିଭିଲ୍‌ ସର୍ଭିସ ପରିକ୍ଷାର ଫଳାଫଳ । ଯେଉଁଥିରେ ୧୦୧୬ ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି । ପ୍ରସାଶନିକ ସେବାରେ ଉତିର୍ଣ୍ଣ ହେବା ପରେ ସାମ୍ନାକୁ ଆସୁଛି ଅନେକ ପରୀକ୍ଷାର୍ଥୀଙ୍କ ସଂଘର୍ଷର କାହାଣୀ । ଯାହାକୁ ଅତିକ୍ରମ କରି ଏମାନେ ନିଜ ସ୍ବପ୍ନ ପୂରଣ କରିଛନ୍ତି । 

କିନ୍ତୁ ଜାଣନ୍ତି କି ଆଇଏସ୍ ଏବଂ ଆଇପିଏସ୍ ଅଧିକାରୀ କେତେ ଦରମା ପାଆନ୍ତି ? ଏମାନଙ୍କୁ କେଉଁ କେଉଁ ସୁବିଧା ମିଳିଥାଏ ? ସମସ୍ତ ଆଇଏଏସ୍ ଅଧିକାରୀଙ୍କ ଦରମା ସମାନ ସ୍ତରରୁ ଆରମ୍ଭ ହୋଇଥାଏ । କିନ୍ତୁ ପରେ ଏହା ସେମାନଙ୍କ କାର୍ଯ୍ୟକାଳ ଏବଂ ପଦୋନ୍ନତି ସହିତ ବୃଦ୍ଧି ପାଇଥାଏ । ସପ୍ତମ ବେତନ ଆୟୋଗ ଅନୁଯାୟୀ ଜଣେ ଆଇଏସ୍ ଅଧିକାରୀଙ୍କୁ ପ୍ରଥମେ ୫୬ ହଜାର ୧୦୦ଟଙ୍କା ମିଳିଥାଏ । ଯାହା ମୌଳିକ ବେତନ ଭାବେ ଦିଆଯାଇଥାଏ । 

ଏହାବ୍ୟତୀତ ସେମାନଙ୍କୁ TA, DA ଏବଂ HRA ମଧ୍ୟ ଦିଆଯାଏ । ରିପୋର୍ଟ ଅନୁଯାୟୀ ଜଣେ ଆଇଏଏସ୍ ଅଧିକାରୀଙ୍କର ସମସ୍ତ ଭତ୍ତା ମିଶାଇ ପ୍ରଥମରୁ ପ୍ରତିମାସରେ ୧ ଲକ୍ଷରୁ ଅଧିକ ଟଙ୍କାର ଦରମା ମିଳିଥାଏ । ଯଦିଓ ସେ କ୍ୟାବିନେଟ ସଚିବ ପଦରେ ପହଞ୍ଚିବା ବେଳକୁ ତାଙ୍କ ଦରମା ୨ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଥାଏ । ଖବର ଅନୁଯାୟୀ IAS ଅଧିକାରୀଙ୍କ ପାଇଁ ବିଭିନ୍ନ ପେ-ବଣ୍ଡ ନିର୍ଦ୍ଧାରଣ କରାଯାଇଛି । 

ଏହି ବଣ୍ଡ ଆଧାରରେ ଅଧିକାରୀଙ୍କୁ ଘର, ରୋଷେୟା ଏବଂ ଅନ୍ୟାନ୍ୟ କର୍ମଚାରୀ ସୁବିଧା ଯୋଗାଇ ଦିଆଯାଏ । ଯଦି ପୋଷ୍ଟିଂ ସମୟରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡେ, ତେବେ ସେଠାରେ ମଧ୍ୟ ତାଙ୍କୁ ସରକାରୀ ଘର ଦିଆଯାଏ । ଏହାବ୍ୟତୀତ କୌଣସି ସ୍ଥାନକୁ ଯିବାକୁ ହେଲେ ଗାଡି ଏବଂ ଡ୍ରାଇଭର ମଧ୍ୟ ସରକାରଙ୍କ ତରଫରୁ ଦିଆଯାଇଥାଏ । 

ତେବେ IAS ଅଧିକାରୀଙ୍କୁ କେଉଁ କେଉଁ ଭତ୍ତା ମିଳିଥାଏ ? ଅଧିକାରୀଙ୍କୁ ମହଙ୍ଗା ଭତ୍ତା ଅର୍ଥାତ୍‌ DA ମିଳିଥାଏ । ଏହା ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦିଆଯାଉଥିବା ଜୀବନଯାପନ ସମଯୋଜନା ଭତ୍ତା ଅଟେ । ଏହା ମୌଳିକ ଦରମାର ଏକ ଅଂଶ । DA ମୌଳିକ ଦରମାର ପ୍ରାୟ ୧୭ ପ୍ରତିଶତ ବୋଲି ଆକଳନ କରାଯାଇଛି ।  

ସେହିପରି ଯେଉଁ ଅଧିକାରୀଙ୍କ ପାଖରେ ସରକାରୀ ଆବାସ ଅର୍ଥାତ୍‌ ଘର ନାହିଁ ସେମାନଙ୍କ ପାଇଁ ଘର ଭଡା ଭତ୍ତା (HRA) ଦିଆଯାଇଥାଏ । ଏହି ଭତ୍ତା ପୋଷ୍ଟିଂ ସହର ଉପରେ ନିର୍ଭର କରେ ଏବଂ ଏହା ମୌଳିକ ବେତନର ୮ରୁ ୨୪ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ଭ୍ରମଣ ଭତ୍ତା (TA)। ସରକାରୀ କାମରେ ଯାତ୍ରା ସମୟରେ IAS ଅଧିକାରୀଙ୍କର ହେଉଥିବା ଖର୍ଚ୍ଚକୁ ଦେଉଥିବା ଟଙ୍କା ହେଉଛି ଭ୍ରମଣ ଭତ୍ତା ବା ଟିଏ । ଏଥିରେ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ଯାତ୍ରା ସାମିଲ ରହିଛି । 

ତେବେ ଯେତେବେଳେ IAS ଅଧିକାରୀ ପଦନ୍ନୋତି ପାଇ କ୍ୟାବିନେଟ ସଚିବ ହୋଇଥାନ୍ତି । ସେତେବେଳେ ଏମାନଙ୍କ ଦରମା ଅଢେଇ ଲକ୍ଷ ଟଙ୍କା ହୋଇଥାଏ । ଏହାବ୍ୟତୀତ ମହଙ୍ଗା ଭତ୍ତା, ଚିକିତ୍ସା ଭତ୍ତା, ଭ୍ରମଣ ଭତ୍ତା ଏବଂ ଘର ଭଡା ଭତ୍ତାକୁ ମିଶାଇ ତାଙ୍କୁ ୫ ଲକ୍ଷ ୬୦ ହଜାର ଟଙ୍କା ଦରମା ଭାବେ ମିଳିଥାଏ ।