କର୍କଟ ରୋଗକୁ ମାତ୍‌ ଦେବ ୧୦୦ ଟଙ୍କିଆ ଟାବଲେଟ୍

କର୍କଟ ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା । ମାରାତ୍ମକ କ୍ୟାନସରକୁ ମାତ୍ ଦେବ ମାତ୍ର ୧୦୦ ଟଙ୍କିଆ ଟାବଲେଟ୍ । ଶରୀରରେ କ୍ୟାନସର ସେଲ୍ ବ୍ୟାପିବାରୁ ରୋକିବ ।

କର୍କଟ ରୋଗକୁ ମାତ୍‌ ଦେବ ୧୦୦ ଟଙ୍କିଆ ଟାବଲେଟ୍

କ୍ୟାନସର ଚିକିତ୍ସାରେ ନୂଆ ସମ୍ଭାବନା । କ୍ୟାନସର ବ୍ୟାପିବାକୁ ରୋକିବ ମାତ୍ର ୧୦୦ ଟଙ୍କାର ଟାବଲେଟ୍ । ବିଶ୍ୱର ସବୁଠୁ ଶସ୍ତା କ୍ୟାନସର ଔଷଧର ବିକାଶ କରିଛି ଟାଟା ମେମୋରିଆଲ କ୍ୟାନସର ଇନଷ୍ଟିଚ୍ୟୁଟ୍ । ମୂଷା ଶରୀରରେ ସଫଳ ପରୀକ୍ଷଣ ହୋଇଥିବା ଏହି ଟାବଲେଟ୍ ପାଇଁ FSSAIର ଅନୁମୋଦନ ଲୋଡିଛି ଟାଟା ଇନଷ୍ଟିଚ୍ୟୁଟ୍ । ଅନୁମୋଦନ ମିଳିଲେ, ଜୁନ-ଜୁଲାଇରୁ ବଜାରରେ ଏହି ମ୍ୟାଜିକ୍ ଟାବଲେଟ୍ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।